ନୁଆଦିଲ୍ଲୀ 23 ଜୁନ -ଭାରତୀୟ ହକି ଟିମର ଅଭିଜ୍ଞ ଫରୱାର୍ଡ ଏବଂ ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଲଲିତ ଉପାଧ୍ୟାୟ ରବିବାର ଦିନ ଅନ୍ତରାଷ୍ଟ୍ରୀୟ ହକିୁ ଅବସର ଘୋଷଣା କରିଛନ୍ତି।ଭାରତ ବେଲଜିୟମ ବିରୋଧରେ ଏଫଆଇଏଚ ପ୍ରୋ ଲିଗ ମୁକାବିଲାରେ 4-3 ଗୋଲରେ ବିଜୟ ସହିତ ସେମାନଙ୍କର ସିଜିନ ଶେଷ କରିଥିଲା,ଯାହାର ତୁରନ୍ତ ପରେ ଲଳିତ ଶୋସିଆଲ ମିଡିଆ ମାଧ୍ୟମରେ ସମସ୍ତଙ୍କୁ ତାଙ୍କ ନିଷ୍ପତ୍ତି ବିଷୟରେ ଜଣାଇବାକୁ ଯାଇଥିଲେ।ଲଳିତ ଉପାଧ୍ୟାୟ ଭାରତ ପାଇଁ 183 ଆନ୍ତର୍ଜାତୀୟ ମ୍ୟାଚ ଖେଳି 67 ଗୋଲ ସ୍କୋର କରିଥିଲେ।ତାଙ୍କୁ ଭାରତୀୟ ଫରୱାର୍ଡ ଲାଇନର ଏକ ଗୁରୁତ୍ୱପୁର୍ଣ୍ଣ ଏବଂ ନିର୍ଭରଯୋଗ୍ୟ ଅଂଶ ଭାବରେ ବିବେଚନା କରାଯାଉଥିଲା,ଯିଏ ତାଙ୍କର ବହୁମୁଖୀ ଦକ୍ଷତା,କ୍ଷେତ୍ର ଭିତରେ ଚତୁରତା ଏବଂ ଚାପରେ ଖେଳ ରଚନା ପାଇଁ ଜଣାଶୁଣା ଥିଲେ।