Bisforana:Fire-breaks-out-in-polyethylene-factory-four-dead

ପଲିଥିନ କାରଖାନାରେ ଅଗ୍ନିକାଣ୍ଡ ,ଚାରି ମୃତ୍ୟୁ

bhubaneswar

 

ନୁଆଦିଲ୍ଲୀ 25 ଜୁନ -ଦିଲ୍ଲୀରେ ରିଠାଲା ମେଟ୍ରୋ  ଷ୍ଟେସନ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 7.25 ସମୟରେ ଏକ ପଲିଥିନ ତିଆରି ହେଉଥିବା ତିନି ମହଲା କାରଖାନାରେ ଅଗ୍ନିକାଣ୍ଡ ଘଟିଛି।ଏହି ଘଟଣାରେ ଚାରିଜଣଙ୍କର ମୃତ୍ୟୁ ଘଟିଛି।ବିଳମ୍ବିତ ରାତିରେ ତିନୋଟି ଅଗ୍ନିଶମବାହିନୀ ତିନୋଟି ମୃତଦେହକୁ ବାହାର କରିଛନ୍ତି।ଚତୁର୍ଥ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ବାହାର କରାଯାଇଛି।ବର୍ତ୍ତମାନ କୁଲିଙ୍ଗ କରାଯାଉଛି।ଏହି କାରଖାନାରେ ଅଗ୍ନିକାଣ୍ଡ ସମ୍ପର୍କରେ ସୁଚନା ବିଳମ୍ବିତ ରାତିରେ ମିଳିବା ପରେ ବିଭିନ୍ନ ଅଗ୍ନିଶମ କେନ୍ଦ୍ରରୁ ପ୍ରାୟ 24ଟି ଗାଡି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।ତଦନ୍ତ ଚାଲିଛି।

0 Comments

Leave A Reply