ଆଜି ତା:୧୩/୦୬ ଭଦ୍ରକ ଜିଲ୍ଲା କଷଟି ଗ୍ରାମର ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ସନ୍ତୋଷ ପରିଡ଼ା ଗୋ ମାଫିଆମାନଙ୍କ ଆକ୍ରମଣରେ ଆହତ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିବା ଘଟଣାକୁ ବିଶ୍ଵ ହିନ୍ଦୁ ପରିଷଦ, ଓଡ଼ିଶା (ପୂର୍ବ) ଦୃଢ ନିନ୍ଦା କରିବା ସହ ଯେଉଁମାନେ ଏଭଳି ଘଟଣା ଘଟେଇଲେ ସେମାନଙ୍କ ଉପରେ ଓଡ଼ିଶା ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରୁଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ସଶକ୍ତ ଗୋ-ହତ୍ୟା ନିରୋଧ ଆଇନ ସହ ଗୋ-ସେବା ଆୟୋଗ ପ୍ରତିଷ୍ଠା କରାଯାଉ ଏବଂ ଉତ୍ତର ପ୍ରଦେଶ ମଡେଲକୁ ତୁରନ୍ତ ଓଡ଼ିଶାରେ ଲାଗୁ କରିବାକୁ ବିହିପର ପ୍ରାନ୍ତ ସହ-ସଂପାଦକ ଉମାଶଙ୍କର ଆଚାର୍ଯ୍ୟ ନିଜ ବିବୃତିରେ ଉଲ୍ଲେଖ କରିଛନ୍ତି ।
ଓଡିଶାରୁ ସମ୍ପୂର୍ଣ ବାଂଲାଦେଶୀ ମୁକ୍ତ ଅର୍ଥାତ୍ ସମ୍ପୂର୍ଣ ଅନୁପ୍ରବେଶକାରୀମାନଙ୍କୁ ବିତାଡିତ କରନ୍ତୁ ଏବଂ ଏହି ବିତାଡିତ ପ୍ରକ୍ରିୟା କେବେ ଆରମ୍ଭ କରିବେ ତାହାର ଜବାବ ରାଜ୍ୟ ସରକାର ଶିଘ୍ର ଜନସାଧାରଣଙ୍କ ସାମ୍ନାରେ ରଖନ୍ତୁ । ଓଡିଶାରେ ବ୍ୟାପକ ଗୋ ତସ୍କରି, ଲବ୍ ଜେହାଦ, ଲେଣ୍ଡ ଜେହାଦ ହେଉଥିବା ଘଟଣାରେ ଅଧିକାଂଶ ହେଉଛନ୍ତି ବାଂଲାଦେଶୀ, ରୋହିଂଗିଆ ଏବଂ ପାକିସ୍ତାନୀ ଅଟନ୍ତି । ହେଲେ ଆଶ୍ଚର୍ଯ୍ୟର କଥା, ଏହି ଅନୁପ୍ରବେଶକାରୀମାନଙ୍କୁ କାହିଁକି ଓଡିଶାରୁ ବିତାଡିତ କରାଯାଉ ନାହିଁ ଏବଂ କାହିଁକି ସେମାନଙ୍କ ପାଖରୁ ଜାଲ କାଗଜପତ୍ର ଜବତ କରାଯାଉ ନାହିଁ ତାହା ଏବେ ସବୁଠୁ ଏକ ବଡ ପ୍ରଶ୍ନବାଚୀ । ଏଥିସହ ଓଡିଶାରେ ମୁସଲମାନ ବହୁଳ ଅଞ୍ଚଳମାନଙ୍କରେ ହିନ୍ଦୁମାନଙ୍କ ସୁରକ୍ଷାର ଗ୍ୟାରେଣ୍ଟି ରାଜ୍ୟ ସରକାର ବହନ କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ପ୍ର. ପ୍ରଫୁଲ୍ଲ କୁମାର ମିଶ୍ର ମଧ୍ୟ କ୍ଷୋବର ସହ ନିଜ ବିବୃତିରେ ଉଲ୍ଲେଖ କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀଟି ବିହିପର ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ସୁଜିତ୍ କୁମାର ନାୟକଙ୍କ ନେତୃତ୍ବରେ ହୋଇଥିଲାବେଳେ ବଜରଙ୍ଗ ଦଳର ପ୍ରାନ୍ତ ସହ-ସଂଯୋଜକ ରାଜୀବ ଖାଡ଼ଙ୍ଗା, ବିହିପର ଗୋ ସେବା ପ୍ରମୁଖ ଜଗନ୍ନାଥ ପଟ୍ଟନାୟକ, ସମର୍ପଣ ଟ୍ରଷ୍ଟର ଚେୟାରମ୍ୟାନ ଲକ୍ଷ୍ମୀ ନାରାୟଣ ରଥ, ବିହିପର ପ୍ରାନ୍ତ ସାମାଜିକ ଗଣମାଧ୍ୟମ ପ୍ରମୁଖ ଅର୍ଧେନ୍ଦୁ ଶେଖର ଦାଶ, ବଜରଙ୍ଗ ଦଳର ଖୋର୍ଦ୍ଧା ବିଭାଗ ସଂଯୋଜକ ନୂତନ ଚମ୍ପତି, ବଜରଙ୍ଗ ଦଳ, ଗଞ୍ଜାମ ଜିଲ୍ଲା ବିଦ୍ୟାର୍ଥୀ ବିସ୍ତାରକ ବିକ୍ରମ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।