•ଶ୍ରୀ ଲିଙ୍ଗରାଜ ପ୍ରଚାର ସମିତି ଦ୍ୱାରା ଆୟୋଜିତ ଚନ୍ଦନ ମହୋତ୍ସବ
•୨୦ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କ ହେଲା ସମାଗମ
:ଗରମ, ଗୁଳୁଗୁଳିରୁ ନିସ୍ତାର ପାଇବା ଲାଗି ଶ୍ରୀ ଲିଙ୍ଗରାଜ ପ୍ରଚାର ସମିତି ପକ୍ଷରୁ ଶନିବାର କେଦାରଗୌରୀ ପୀଠ ନିକଟ ଗୁଆଝରରେ ଚନ୍ଦନ ମହୋତ୍ସବ ୨୦୨୬ ଆୟୋଜନ କରାଯାଇଥିଲା ।ଏକାମ୍ର କ୍ଷେତ୍ରର ଗୁଆଝର ପାଣି ନାନାଦି ସୁଗନ୍ଧରେ ମହକି ଉଠୁଥିଲା। ଏହା ସହିତ ଉପସ୍ଥିତ ସମସ୍ତ ଅତିଥି ମଲ୍ଲି ଫୁଲ ମାଳ ସହିତ ଚନ୍ଦନ ବିମଣ୍ଡିତ ହୋଇଥିଲେ। ଯାହା ସମସ୍ତଙ୍କୁ ଏକପ୍ରକାର ଦିବ୍ୟ ଅନୁଭୂତି ପ୍ରଦାନ କରିଥିଲା। କେଦାରଗୌରୀ ନିକଟ ଗୁଆଝରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚରଣରେ ସମର୍ପିତ ଚନ୍ଦନ ମହୋତ୍ସବ ପାଳିତ ହୋଇଯାଇଛି।ଏକାମ୍ର ବିଧାୟକ ବାବୁ ସିଂଙ୍କ ନେତୃତ୍ବରେ ଆୟୋଜିତ ଏହି ଉତ୍ସବରେ ବହୁ ମନ୍ତ୍ରୀ,ବିଧାୟକ ଓ ସାଂସଦ ସାମିଲ ହୋଇଥିଲେ ।ପ୍ରବେଶ ଦ୍ଵାର ଠାରେ ସମସ୍ତ ଅତିଥି ଙ୍କୁ ଶ୍ରୀ ସିଂ ଓ ଉପସ୍ଥିତ ନେତା ଏବଂ କାର୍ଯ୍ୟକର୍ତ୍ତାଗଣ ତାଙ୍କୁ ପାଛୋଟି ନେଉଥିଲେ । ଏହି ଉତ୍ସବ ପାଳନ ନିମନ୍ତେ ସମଗ୍ର ଗୁଆଝରକୁ ପଦ୍ମ ଫୁଲ ଏବଂ ଆଲୋକରେ ସଜା ଯାଇଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ। ଉତ୍ସବକୁ ଯୋଗଦେବା ଲାଗି ଆସୁଥିବା ସମସ୍ତ ଅତିଥିଙ୍କୁ ଚନ୍ଦନ ବୋଳି ଫୁଲ ମାଳ ପିନ୍ଧାଇ ସ୍ବାଗତ କରାଯାଇଥିଲା। ସେହିପରି ଗୁଆଝରରେ ଗାଧୁଆ ସାଙ୍ଗକୁ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ ସମସ୍ତଙ୍କୁ ପରଶା ଯାଇଥିଲା। ଏଥିରେ ଏକାମ୍ରର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସଂଘର ସଦସ୍ୟ, ଶ୍ରୀଲିଙ୍ଗରାଜ ଓ କେଦାରଗୌରୀ ମନ୍ଦିରର ସେବାୟତ, ନାରୀ ସଂଗଠନ ସଦସ୍ୟା, ଛାତ୍ର ସଂଗଠନ ସଦସ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଯୋଗ ଦେଇଥିଲେ । ଉତ୍ସବରେ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ
ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମନ୍ତ୍ରୀ ପୃଥିବ ରାଜ ହରିଚନ୍ଦନ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସୁରେଶ ପୂଜାରୀ, ବିଭୁତି ଭୂଷଣ ଜେନା, ମନ୍ତ୍ରୀ ସୁରଜ ସୁରୀୟବଂଶୀ, ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ବିଧାୟକ ଦୁର୍ଗା ପ୍ରସାଦ ନାୟକ,ଆଶ୍ରିତ ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ,ଅରବିନ୍ଦ ଢାଲି,ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଟ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଗୋଲକ ମହାପତ୍ର,ଋଶ୍ମି ମହାପାତ୍ର,ଭୁବନେଶ୍ୱର ବ୍ଲକ ଚେୟାରମ୍ୟାନ ନିରୁପମା ସାହୁ ଙ୍କ ସମେତ ବହୁ କର୍ପେରେଟରଓ ସରପଞ୍ଚ ସାମିଲ ହୋଇଥିଲେ।