ନୁଆଦିଲ୍ଲୀ 10 ଜୁନ -ଘରୋଇ ସରୋଫା ବଜାରରେ ସୁନାର ମୁଲ୍ୟରେ ଆଜି ଲଗାତାର ତୃତୀୟ ଦିନ ହ୍ରାସ ପାଇଥିବାର ନଜର ଆସିଛି।ମୁଲ୍ୟ ହ୍ରାସ ଯୋଗୁଁ ଦେଶର ଅଧିକାଂଶ ବଜାରରେ ଆଜି 24 କ୍ୟାରେଟ ସୁନା 97,580 ଟଙ୍କାରୁ ନେଇ 97,730 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବାର ହେଉଛି।ସେହିପରି ଆଜି 24 କ୍ୟାରେଟ ସୁନା ଆଜି 89,450 ଟଙ୍କାରୁ ନେଇ 89,600 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି।ସୁନାର ବିପରୀତ ଚାନ୍ଦି ମୁଲ୍ୟ ମଧ୍ୟ ଆଜି ବୃଦ୍ଧି ପାଉଛି,ଯାହା ଫଳରେ ଚମକଦାର ଧାତୁ ଦିଲ୍ଲୀ ସରାଫା ବଜାରରେ 1200ଟଙ୍କା ମହଙ୍ଗା ହୋଇ 1,08,100 ଟଙ୍କା ପ୍ରତି କିଲୋଗ୍ରାମ ପିଛା ବିକ୍ରି ହେଉଛି।ଦିଲ୍ଲୀରେ 24 କ୍ୟାରେଟ ସୁନା 97,730 ଟଙ୍କା ପ୍ରତି 10 ଗ୍ରାମ ପିଛା କାରବାର ହେଉଥିବାବେଳେ 22 କ୍ୟାରେଟ ସୁନାର ମୁଲ୍ୟ 89,600 ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।