Bisforana:A-new-tradition-of-public-service-has-been-created-in-Odisha---Dharmendra-Pradhan

ଓଡ଼ିଶାରେ ଲୋକସେବାର ନୂଆ ପରମ୍ପରା ତିଆରି ହୋଇଛି - ଧର୍ମେନ୍ଦ୍ର ପ୍ରଧାନ

bhubaneswar

 ଓଡ଼ିଶାରେ ବିଜେପି ସରକାରର ସେବା, ସୁଶାସନ ଓ ସଫଳତାର ୧ବର୍ଷ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ 

ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଆମ ସରକାରର ମୂଳ ମନ୍ତ୍ର ହୋଇଛି 

ଆମ ସରକାରଙ୍କ ପ୍ରତିଟି ପଦକ୍ଷେପ ଜନସାଧାରଣଙ୍କ ଜୀବନକୁ ସୁଗମ କରିଛି

ପ୍ରତ୍ୟେକ ଗରିବର ଅଧିକାର, କୃଷକଙ୍କୁ ସମ୍ମାନ, ଯୁବକଙ୍କୁ ସୁଯୋଗ ଏବଂ ମହିଳା ସଶକ୍ତିକରଣ ସହ ରାସ୍ତା, ରେଳ, ବିମାନସେବା ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି

ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଦିଗରେ ଅଗ୍ରସର ହେଉଛି ବିଜେପି 

ଭୁବନେଶ୍ୱର, ଜୁନ ୧୨ - ଓଡ଼ିଶାରେ ଜନସେବାରେ ସମର୍ପିତ ବିଜେପି ସରକାର ଶାସନର ୧ ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।   

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଦେଶରେ ୧୧ ବର୍ଷ ଧରି ଏକ କଲ୍ୟାଣକାରୀ ସରକାର ଲୋକଙ୍କ ସେବାରେ ଅଛି । ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କଲ୍ୟାଣକାରୀ ଲୋକଙ୍କ ସରକାର କାମ କରୁଛି । ରାଜ୍ୟରେ ବିଜେପି ସରକାରର ସେବା, ସୁଶାସନ ଓ ସଫଳତାର ୧ବର୍ଷ ପୂର୍ତ୍ତି ହୋଇଛି ।  ବିଗତ ଏକ ବର୍ଷରେ ଆମ ସରକାରଙ୍କ ପ୍ରତିଟି ପଦକ୍ଷେପ ଜନସାଧାରଣଙ୍କ ଜୀବନକୁ ସୁଗମ କରିଛି । ଆମ ସରକାର ଲୋକସେବାର ନୂଆ ପରମ୍ପରା ତିଆରି କରିଛି । ଲୋକମାନଙ୍କ ନିକଟତର ହେବା ସହ ଉତ୍ତରଦାୟୀ ହୋଇଛି । ଓଡ଼ିଶା ସମେତ ଦେଶରେ ଏକ ବିକାଶମୂଳକ ରାଜନୀତିର ଆରମ୍ଭ ହୋଇଛି – ଯାହାର ମୂଳ ମନ୍ତ୍ର ହେଉଛି ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ । ଆମ ସରକାରଙ୍କ ପ୍ରତିଟି ପଦକ୍ଷେପ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚୁଛି ।  ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରାଯାଉଛି । ପ୍ରତ୍ୟେକ ଗରିବର ଅଧିକାର, କୃଷକଙ୍କୁ ସମ୍ମାନ, ଯୁବକଙ୍କୁ ସୁଯୋଗ ଏବଂ ମହିଳା ସଶକ୍ତିକରଣ ସହ ରାସ୍ତା, ରେଳ, ବିମାନସେବା ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । 

‘ସୁଭଦ୍ରା ଯୋଜନା’ରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ସଶକ୍ତ କରାଯିବା ସହ ‘ସମୃଦ୍ଧ କୃଷକ ଯୋଜନା’ରେ ଧାନର କ୍ୱିଣ୍ଟାଲ ପିଛା ଏମଏସପି ମୂଲ୍ୟ ଉପରେ ଅଧିକ ୮୦୦ ଟଙ୍କା ବୃଦ୍ଧି କରାଯାଇଛି । ୨୦୨୪-୨୫ ଖରିଫ ଋତୁରେ ୧୬.୬ ଲକ୍ଷ ଚାଷୀଙ୍କ ଠାରୁ ୭୩.୪୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ରାଜ୍ୟରେ  ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ, ଜାତୀୟ ଶିକ୍ଷା ନୀତି -୨୦୨୦ର କାର୍ଯ୍ୟକାରିତା, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି, ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୧୧.୨୫% ସ୍ଥାନ ସଂରକ୍ଷଣ ଦିଆଯିବା ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି, ଯାହା ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ ଓଡ଼ିଶାକୁ ନବଉତ୍କର୍ଷକୁ ନେବେ ବୋଲି ସେ ମତପ୍ରକାଶ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

Related News

0 Comments

Leave A Reply