ଶିମଳା 24 ଡିସେମ୍ବର -ହିମାଚଳ ପ୍ରଦେଶରେ ପାଗରେ ପରିବର୍ତ୍ତନ ହୋଇଛି।ରାଜ୍ୟର ପାର୍ବତ୍ୟ ରେଞ୍ଜରେ ଗତ ରାତିରୁ ବରଫପାତ ହେଉଛି।ଲାହୌଲ-ସ୍ପୀତି,କିନ୍ନୋର,କୁଲ୍ଲୁ,ଚମ୍ବା ଏବଂ ଶିମଳାର ଉଚ୍ଚ ଶିଖରରେ ବରଫପାତ ହେଉଛି।ରୋହତାଙ୍ଗ ଦର୍ରେ ଉପରେ ମଧ୍ୟ ବରଫପାତ ମଧ୍ୟ ଜାରି ରହିଛି।ଏହି ବରଫପାତ ସମଗ୍ର ରାଜ୍ୟରେ ଥଣ୍ଡା ଅନୁଭବ ହେଉଛି।ପର୍ଯ୍ୟଟନସ୍ଥଳୀ ଶିମଳା ,ମନାଲି ଏବଂ ଡଲ୍ହୋଜୀରେ ସକାଳୁ ମେଘୁଆ ରହିଆସୁଛି ଏବଂ ଏହି ସ୍ଥାନରେ ବରଫପାତ ହେବାର ସମ୍ଭାବନା ଅଛି।ରାଜ୍ୟର ସମତଳ ଅଞ୍ଚଳରେ ମଧ୍ୟ ଆକାଶ ମେଘାଚ୍ଛନ ରହିଛି,ଯେଉଁ କାରଣରୁ ଶୀତର ପ୍ରଭାବ ବଢିଛି।ରାଜ୍ୟର ଅନେକ ସହରରେ ପାରା ଶୁନ୍ୟରୁ ତଳେ ରେକର୍ଡ କରାଯାଇଛି।ରାଜ୍ୟର ସମତଳ ଅଞ୍ଚଳରେ ଗତ ତିନି ମାସ ଧରି ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଉପୁଜିଛି ଏବଂ ଫସଲ ଏବଂ ଫଳ ନଷ୍ଟ ହେଉଛି।ସେପ୍ଟେମ୍ବର ଶେଷ ସପ୍ତାହରୁ ରାଜ୍ୟରେ ବହୁତ କମ ବର୍ଷା ହୋଇଛି।ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଳା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଏବଂ ବରଫପାତର ସମ୍ଭାବନା ରହିଛି।