Bisforana:Three-dead-two-women-serious-in-road-accident

ସଡକ ଦୁର୍ଘଟଣାରେ ତିନି ମୃତ୍ୟୁ,ଦୁଇ ମହିଳା ଗୁରୁତର

bhubaneswar

ଗିରିଡିହ 2 ଜୁଲାଇ -ଗିରିଡୀହ -ଦେବଘର ମୁଖ୍ୟ ରାସ୍ତାର ବେଙ୍ଗାବାଦ ଥାନା ଅଞ୍ଚଳର ମଘୱା ଟୋଲ ଟ୍ୟାକ୍ସ ନିକଟରେ ମଙ୍ଗଳବାର ରାତିରେ ଏକ ସଡକ ଦୁର୍ଘଟଣା ଘଟିଛି।ସେଠାରେ ଏକ ଦ୍ରୁତଗାମୀ ଟ୍ରକ ଏକ ସ୍ୱିଫ୍ଟ ଡେଜେୟାର କାରକୁ ଧକ୍କା ଦେଇଥିଲା।ଏହି ଭୟଙ୍କର ଦୁର୍ଘଟଣାରେ ପିତା- ପୁତ୍ର ସମେତ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବଳେ କାରରେ ଥିବା ଦୁଇ ମହିଳା ସୋନୀ ଦେବୀ  ଏବଂ ସଙ୍ଗୀତା ଦେବୀ ଗୁରୁତର ଆହତ ହୋଇଛନ୍ତି।ମୃତକଙ୍କ ପରିଚୟ ଲିଲୋ ତୁରୀ ,ଛୋଟୁ ତୁରୀ ଓବଂ ରାଜନ ତୁରୀ ବୋଲି ଚିହ୍ନଟ କରାଯାଇଛି।କୁହାଯାଉଛି ଯେ ଛୋଟୁ ତୁରୀ ଏବଂ ରାଜନ ତୁରୀ ପିତା ଏବଂ ପୁତ୍ର ଥିଲେ।ସମସ୍ତ ଲୋକ ନବଡିହା ଓପି ଅଞ୍ଚଳର ଜଙ୍ଗରୀଡିହରୁ ବେଙ୍ଗାବାଦ ଥାନା ଅଞ୍ଚଳର ମହୁଆର ଗ୍ରାମରେ ଲିଲୋ ତୁରୀଙ୍କ ଭାଣିଜୀଙ୍କ ଘର ଅଷାଢୀ ପୁଜା ଅବସରରେ ପ୍ରସାଦ ଖାଇବାକୁ ଯାଇଥିଲେ।ଫେରିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।

0 Comments

Leave A Reply