Bisforana:Shri-Naveen-Patnaiks-address-to-the-party-leaders-at-his-residence

ଶ୍ରୀ ନବୀନ ପଟନାୟକ ଙ୍କ ଶଙ୍ଖ ଭବନ ରେ ଦଳର ନେତା ମାନଙ୍କୁ ଉଦବୋଧନ

bhubaneswar

 ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଶଙ୍ଖ ଭବନ ରେ ଦଳର ନେତା ମାନଙ୍କୁ ଉଦବୋଧନ ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ ମ୍ୟାନଡେଟ ରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ ରେସପନସିବୁଲ ଅପୋଜିସନ ଭାବରେ କାମ କରୁଛି । ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟୀତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ ଲୋକ କାହାନ୍ତି ? କେବଳ ଲମ୍ବା ଭାଷଣ, ବଡ ବଡ ଆର୍ଡଭାଟାଇଜମେଣ୍ଟରେ ବିକାଶ ଆସେ ନାହିଁ । ଆମ ସରକାର ସମୟରେ ଓଡିଶାର ୯୦ ପ୍ରତିଶତ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ଆଜି ଆୟୁଷ୍ମାନ ଭାରତ୍ ଆରମ୍ଭ ହୋଇଛି । ଲୋକମାନେ ଔଷଧ ପାଉ ନାହାନ୍ତି । ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି । ହଜାର ହଜାର ଲୋକ ହଇରାଣ । ମା’ ମାନେ ହଇରାଣ । ବୁଢା ବୁଢି ହଇରାଣ । କ୍ୟାନ୍ସର ରୋଗୀ ହଇରାଣ । ପିଲାମାନେ ହଇରାଣ । ହେଲ୍ଥ ସିଷ୍ଟମ ପୁରା କୋଲାପ୍ସ କରିଛି । ଆଉଟ ଅଫ ୩୦ ଡିଷ୍ଟ୍ରିକ୍ଟସ ସିଡିଏମଓ ପୋଷ୍ଟ ଇଜ ଭ୍ୟାକେଣ୍ଟ ଇନ ୧୯ ଡିଷ୍ଟ୍ରିକ୍ଟସ. ଦିସ ଇଜ ଦ ସକ୍ସେସ ଅଫ ଦ ପ୍ରେଜେଣ୍ଟ ଗଭର୍ଣ୍ଣମେଣ୍ଟ। ମିଶନ ଶକ୍ତି ଦ୍ୱାରା ସତୁରି ଲକ୍ଷ ମା’ ମାନେ ଏମପାୱାରହୋଇଥିଲେ । ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି ମୁମେଣ୍ଟ କୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା । ବ୍ୟାଙ୍କରେ ମା’ ମାନେ ହଇରାଣ । ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି ହତାଶ । ମା’ ମାନଙ୍କ ସେଲ୍ଫ କନ୍ଫିଡେନ୍ସ ଭାଙ୍ଗି ଯାଇଛି । ଏହା ହେଉଛି ଏ ସରକାରର ବଡ ସଫଳତା । ଆଜି ଏ ସରକାର ଅଛି । କାଲି ଆଉ କିଏ ଆସିବ । ଆମ ସରକାର ସମୟରେ ମିଶନ ଶକ୍ତି ମୁମେଣ୍ଟ ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା । ତେଣୁ ମା’ ମାନଙ୍କ ଏମପାୱାରମେଣ୍ଟରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍‌ । ମା’ ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ । ଇଲେକ୍ସନ ସମୟରେ କୁହା ଗଲା କଟନି ଛଟନି ବନ୍ଦ ହେବ । ସବୁ ଚାଷୀ ଏମଏସପି ପାଇବେ । ଆମ ଭିତରେ ବହୁ ଚାଷୀ ଭାଇ ଭଉଣୀ ଅଛନ୍ତି । ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ । ସରକାରଙ୍କୁ ଭୟ ନାହିଁ । ଚାଷୀ ମାନେ କାହାକୁ ଗୁହାରୀ କରିବେ ? ଚାଷୀ ଏଗ୍ରିକଲଚର ଲୋନ ପାଇବାରେ ହଇରାଣ । ବିଜେଡି ସମୟରେ ରେକର୍ଡ ପରିମାଣରେଇରିଗେସନ ହୋଇଥିଲା । ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ । ଲୋକଙ୍କ ସରକାର । କିନ୍ତୁ ଲୋକ ନାରଖାର । ଲୋକ ଚେତିଲେଣି । ସରକାର ବୁଝନ୍ତୁ । 2000 ରେ ବିଜେଡି ସରକାର ଦାୟୀତ୍ୱ ନେବା ସମୟରେ ଓଡିଶାର ଲୋନ ବର୍ଡନ ଥିଲା 18 ହଜାର କୋଟି । ଓଭର ଡ୍ରାଫ୍ଟ ରେ ସରକାର ଚାଲିଥିଲା । 2024 ରେ ଆମେ ଦାୟୀତ୍ୱ ଛାଡିବା ବେଳେ ଗଭର୍ନମେଣ୍ଟ ଟ୍ରେଜିରେ ସରପ୍ଲସ ଥିଲା 45 ହଜାରେ କୋଟି । କିନ୍ତୁ ଏବେ ରେକର୍ଡ ପରିମାଣର ଲୋନରେ ସରକାର ଚାଲିଛି । 2005-06 ରେ ଓଡିଶାର ଗରିବୀ 63.83 % ଥିବା ବେଳେ 2023 ରେ ଏହା 11.07 % କୁ ଆସିଥିଲା । 102.78 ଲକ୍ଷ ଲୋକ ପଭର୍ଟି ଲାଇନ ଉପରକୁ ଉଠିଥିଲେ । ଆଏମଆର ,ଏମଏମଆର ଆଦି ସବୁ ଡେଭେଲପମେଣ୍ଟ ଇଣ୍ଡିକେଟରରେ ଭିଜିବୁଲ ଇମପ୍ରୁଭମେଣ୍ଟ ଆସିଥିଲା । ବିଜେଡି ବିରୋଧୀ ଦଳ ଭାବରେ ଲୋକଙ୍କ ସାଥିରେ ରହିଛି । ଲୋକଙ୍କ କଲ୍ୟାଣ ଓ ଓଡିଶାର ଉନ୍ନତି ପାଇଁ ସବୁବେଳେ ଆଗକୁ ଆସିବାର ଅଛି । । ମୁଁ ଆଶା କରିବି ଏଠି ଥିବା ନେତା ମାନେ ଓ ଗାଁରେ ଥିବା କର୍ମୀ ମାନେ ଲୋକଙ୍କ ସେବା ଜାରୀ ରଖିବେ । ବନ୍ଦେ ଉତ୍କଳ ଜନନୀ ।

Related News

0 Comments

Leave A Reply