ଜୟପୁର 8 ଜାନୁଆରୀ -ଅଧାରୁ ଅଧିକ ରାଜସ୍ଥାନରେ ଖରାପ ପାଗ ଯୋଗୁଁ ଶୀତକାଳୀନ ଛୁଟି ବୃଦ୍ଧି କରାଯାଇଛି।ଏହି ସହରଗୁଡିକର ସଂଖ୍ୟା 20ରେ ପହଁଞ୍ଚିଛି।ଅନେକ ଜିଲ୍ଲାରେ ରବିବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।ଖରାପ ପାଗ ଯୋଗୁଁ ଜିଲ୍ଲାର କଲେକ୍ଟର ଏହି ନିଷ୍ପତ୍ତି ନେଇଛନ୍ତି।
ପ୍ରାୟ ସମସ୍ତ ଜିଲ୍ଲାରେ ଏହି ନିଷ୍ପତ୍ତି କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପ୍ରଯୁଜ୍ୟ।ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଦଶଟାରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ଡାକିବା ପାଇଁ ନିର୍ଦ୍ଦେଶ ଅନେକ ଜିଲ୍ଲାରେ ଜାରି କରାଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ ରାଜସ୍ଥାନରେ ଆଗାମୀ ତିନି ଦିନ ଥଣ୍ଡା ପବନ ପ୍ରଭାବିତ ହୋଇପାରେ।ବୀକାନେର ,ଜୟପୁର ଏବଂ ଭରତପୁର ଡିଭିଜନର ଜିଲ୍ଲାରେ ଉତ୍ତରା ପବନ ପ୍ରଭାବିତ ହେବା ଦ୍ୱାରା ଶୀତଲହର (କୋଲ୍ଡ-ଡେ)ର ସ୍ଥିତି ଉପୁଜିବ।ଏହି ବିଭାଗଗୁଡିକର ଜିଲ୍ଲାର ତାପମାତ୍ରାରେ ଦୁଇ-ତିନି ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇପାରେ।ରାଜ୍ୟର ଛଅ ଜିଲ୍ଲାରେ ମଙ୍ଗଳବାର ଦିନ ଶୀତଲହରର ସତର୍କ ସୁଚନା ଦିଆଯାଇଛି।ଶୀତ ହେତୁ ପ୍ରାୟ 20 ଜିଲ୍ଲାର ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି।ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଆଶିଷ ମୋଦୀ ଏକ ନିର୍ଦ୍ଦେଶ ଜାରି କରି ଜିଲ୍ଲା କଲେକ୍ଟର 11 ଜାନୁଆରୀ ପର୍ଯ୍ୟନ୍ତ ଛୁଟି କରିବା ପାଇଁ ଅନୁମତି ଦେଇଛନ୍ତି।