ଶିମଳା 8 ଜାନୁଆରୀ -ହିମାଚଳ ପ୍ରଦେଶରେ ଶୀତଲହରର ପ୍ରକୋପ ଜାରି ରହିଛି।ଶିମଳା ଏବଂ ମନାଲୀ ସମେତ ଅନ୍ୟ ପାହାଡୀ ଅଞ୍ଚଳରେ ବରଫପାତ ପରେ ମଙ୍ଗଳବାର ଦିନ ଖରା ହୋଇଥିଲା।ତେବେ ସମତଳ ଅଞ୍ଚଳରେ ଘନ କୁହୁଡି ଜନଜୀବନକୁ ପ୍ରଭାବିତ କରୁଛି।ବିଳାସପୁର,ଉନା,ମଣ୍ଡୀ ଏବଂ ସୁଦରନଗରରେ ଆଜି ସକାଳେ କୁହୁଡି ହେବା ଫଳରେ ଟ୍ରାଫିକ ବ୍ୟବସ୍ଥାକୁ ପ୍ରଭାବିତ କରିଛି।ବିଳାସପୁରରେ ଦୃଶ୍ୟମାନତା ମାତ୍ର 50 ମିଟର ପର୍ଯ୍ୟନ୍ତ ସୀମିତ ହୋଇଛି ଏବଂ ଏହି କାରଣରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।ଶିମଳା ଜିଲ୍ଲାର ଉପର ଅଞ୍ଚଳରେ କାଲି ସନ୍ଧ୍ୟାରେ ହୋଇଥିବା ବରଫପାତ ଯୋଗୁଁ ରାସ୍ତାଗୁଡିକ ଖସଡା ହୋଇଯାଇଥିଲା।ଏହି କାରଣରୁ ଯାନବାହାନ ଗତିବିଧି ଖରାପ ପ୍ରଭାବିତ ହୋଇଛି।ଶିମଳା-କିନ୍ନୋର ଜାତୀୟ ରାଜପଥ ନାରକଣ୍ଡା ନିକଟରେ ଗତ ରାତିରୁ ଅବରୋଧ କରାଯାଇଛି ଏବଂ ଯାତାୟତକୁ ସୁନ୍ନୀ ମାର୍ଗ ଦେଇ ଡାଇଭର୍ଟ କରାଯାଉଛି।ଶିମଳାର କୁଫରୀରେ ଖସଡା କାରଣରୁ ସକାଳୁ ଲମ୍ବା ଜାମ ହୋଇଥିଲା।ଏହି କାରଣରୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଅନେକ ସମ୍ସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।