ଦାର୍ଜିଲିଙ୍ଗ 8 ଜାନୁଆରୀ -ମଙ୍ଗଳବାର ସକାଳ 6ଟା 35 ମିନିଟରେ ଉତ୍ତର ବଙ୍ଗଳାର ଅନେକ ଜିଲ୍ଲାରେ ରିକ୍ଟର ସ୍କେଲରେ 7.1 ତୀବ୍ରତାର ଭୁକମ୍ପ ଅନୁଭୁତ ହୋଇଛି।ମଙ୍ଗଳବାର ସକାଳେ ଦାର୍ଜଲିଙ୍ଗ,ଜଳପାଇଗୁଡୀ,କୁଚବିହାରର ଲୋକମାନେ ଭୁକମ୍ପର ଝଟକା ଅନୁଭବ କରିଥିଲେ।ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ।କେବଳ ଏତିକି ନୁହେଁ ,ଉତ୍ତର ବଙ୍ଗଳା ବୁଲିବା ସମୟରେ ଭୁକମ୍ପ ଅନୁଭବ କରିବା ପରେ ପର୍ଯ୍ୟଟକମାନେ ମଧ୍ୟ ଭୟଭୀତ ହୋଇଥିଲେ।ଯଦିଓ ଏହି ଭୁକମ୍ପର ଝଟକା ବହୁତ ଜୋରଦାର ନ ଥିଲା।ଭୁକମ୍ପର କେନ୍ଦ୍ର ନେପାଳର ଗୋକର୍ଣ୍ଣେଶ୍ୱର ନିକଟ ବୋଲି କୁହାଯାଉଛି।ଖବର ଲେଖିବା ପର୍ଯ୍ୟନ୍ତ ଏହି ଭୁକମ୍ପରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନ ଥିଲା।