Bisforana:ସର୍ବସମାବେଶୀ-ଓ-ସୃଜନଶୀଳ-ବଜେଟ୍‌-ମନମୋହନ-ସାମଲ

ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍‌: ମନମୋହନ ସାମଲ

bhubaneswar

 କେନ୍ଦ୍ର ବଜେଟ-୨୦୨୪

ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍‌: ମନମୋହନ ସାମଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି

ମୋଦିଜୀଙ୍କ ନିଷ୍ଠା, ତପସ୍ୟା, ବ୍ରତ ଆଜି ଭାରତକୁ ବିକାଶ ଆଡକୁ ଅଗ୍ରଗତି କରାଇଛି

ବିକଶିତ ଭାରତ ଆଡକୁ ଗୋଟିଏ ପାଦ ଅଗ୍ରସର

ରେଳ ବଜେଟ୍‌ରେ ଓଡ଼ିଶା ପାଇବ ୧୦,୫୩୬କୋଟି ଟଙ୍କା ଅନୁଦାନ

ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାକୁ ମିଳିବ ବିପୁଳ କେନ୍ଦ୍ରୀୟ ଅନୁଦାନ

ଭିତିଭୂମି ନିର୍ମାଣ ପାଣ୍ଠି ବୃଦ୍ଧି କରିବା ଦ୍ୱାରା ଓଡିଶା ଲାଭାନ୍ୱିତ ହେବ 

ଭୁବନେଶ୍ୱର, ତା.୦୧/୦୨: ଆଜି ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ କେବଳ ମଧ୍ୟବିତକାଳିନ ବଜେଟ୍ ନୁହେଁ, ବରଂ ଏହା ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍ । ବିଗତ ୧୦ବର୍ଷ ଭିତରେ ବିକଶିତ ଭାରତର ସ୍ୱପ୍ନକୁ ଆଖି ଆଗରେ ରଖି ଓ  ୨୦୪୭ ମସିହା ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଉପସ୍ଥାପିତ ହୋଇଥିବା ଏହି ବଜେଟ୍ ନିଶ୍ଚିତ ଭାବେ ସହାୟକ ହେବ । ଦେଶର ୪ଟି ବର୍ଗ ଯଥା ମହିଳା, ଯୁବବର୍ଗ, ଚାଷୀ ଓ ଗରିବଙ୍କ ଉତ୍‌ଥାନ ହେଲେ ଦେଶର ପ୍ରଗତି ହେବା ସୁନିଶ୍ଚିତ ଏବଂ ଏହି ବଜେଟ୍ ବିକଶିତ ଭାରତ ପାଇଁ ଗ୍ୟାରେଂଟି । ଆଜିର ବଜେଟରେ ବିକଶିତ ଭାରତର ଭିତିଭୂମି ନିର୍ମାଣ ପାଇଁ ୧୧ଲକ୍ଷ ୧୧ହଜାର ୧୧୧କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସହରରୁ ଗାଁ ସମସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ୫ବର୍ଷ ଭିତରେ ୪କୋଟିର ଆବାସ ଯୋଜନା ବ୍ୟବସ୍ଥା କରିଛନ୍ତି । ମୋଦି ସରକାର ଅମଳରେ ଦେଶର ୨୫କୋଟି ଲୋକଙ୍କ ଦାରିଦ୍ର‌୍ୟ ସୀମା ରେଖାରୁ ବାହାରିଛନ୍ତି । ସେହିପରି ଏସଏଚଜି ମାଧ୍ୟମରେ ୩ କୋଟି ମା’ଭଉଣୀମାନଙ୍କୁ ‘ଲକ୍ଷପତି ଦିଦି’ କରିବା ପାଇଁ ବଜେଟ୍‌ରେ ସ୍ଥାନ ଦିଆଯାଇଛି । ମଧ୍ୟବିତ ବର୍ଗଙ୍କୁ ଧ୍ୟାନ ଦିଆଯାଇ କୌଣସି ଟିକସ ବୃଦ୍ଧି କରାଯାଇନାହିଁ । ପିଏମ୍ ମତ୍ସ୍ୟସମ୍ପଦ ଯୋଜନାର ବିସ୍ତାର କରାଯାଇଛି । ଏହି ବଜେଟ୍‌ରେ ସାରା ଦେଶର ଆର୍ôଥକ ବିକାଶ ଦିଗରେ ଆତ୍ମନିର୍ଭରଶୀଳ ଏବଂ ସୁନିଶ୍ଚିତ କର୍ମନିଯୁକ୍ତି ପ୍ରତିଫଳିତ ହୋଇଛି । ‘ବିକଶିତ ଭାରତ ଆଡକୁ ଗୋଟିଏ ପାଦ ଅଗ୍ରସର’ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।  

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଗରିବ କଲ୍ୟାଣ ଯୋଜନାରେ ମୋଦିଜୀ ବହୁ ଯୋଜନା ହାତକୁ ନେଇଛନ୍ତି । ମୋଦିଜୀ ଗରିବଙ୍କୁ ୫ବର୍ଷ ପାଇଁ ମୁଣ୍ଡପିଛା ୫କିଗ୍ରା ମାଗଣା ଚାଉଳର ବ୍ୟବସ୍ଥା କରିଛନ୍ତି । ୧୦କୋଟି ମା’ମାନେ ଉଜ୍ୱଳା ଗ୍ୟାସରେ ଲାଭାନ୍ୱିତ ହୋଇଛନ୍ତି । ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ଆଜି ବିଶ୍ୱ ଅର୍ଥନୀତିରେ ୧୦ ସ୍ଥାନରୁ ୫ମ ସ୍ଥାନ ହାସଲ କରିଛି ଏବଂ ବହୁ ଶୀଘ୍ର ୩ୟ ସ୍ଥାନ ହାସଲ କରିବାକୁ ଯାଉଛି । ମହାମାରୀ କରୋନାକୁ ଭାରତ ସାମ୍ନା କଲା ପରେ ବି ଦେଶର ଅର୍ଥନୀତିକୁ ସନ୍ତୁଳିତ ରଖିବା ପାଇଁ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଚଳିତ ରେଳ ବଜେଟ୍‌ରେ ଓଡ଼ିଶା ପାଇବ ୧୦,୫୩୬କୋଟି ଟଙ୍କା । ଗରିବ କଲ୍ୟାଣ ଯୋଜନାରେ ମଧ୍ୟ ଓଡ଼ିଶାକୁ ବିପୁଳ କେନ୍ଦ୍ରୀୟ ଅନୁଦାନ ମିଳିବ । ବଜେଟ୍‌ରେ ଭିତିଭୂମି ନିର୍ମାଣ ପାଣ୍ଠି ବୃଦ୍ଧି କରିବା ଦ୍ୱାରା ଓଡିଶା ଲାଭାନ୍ୱିତ ହେବ । ଏହାଛଡା ‘ରୁଫ୍ ଟପ୍ ସୋଲାର’ ଯୋଜନା ଅନୁସାରେ ୧କୋଟି ପରିବାରକୁ ମାଗଣା ବିଜୁଳି ପ୍ରଦାନ କରାଯିବ, ଯଦ୍ୱାରା ସେମାନେ ନିଜେ ମାଗଣା ବିଜୁଳି ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ବଂଟନ କରି ଲାଭାନ୍ୱିତ ହୋଇପାରିବେ । ମୋଦିଜୀଙ୍କ ନିଷ୍ଠା, ତପସ୍ୟା, ବ୍ରତ ଆଜି ଭାରତକୁ ବିକାଶ ଆଡକୁ ଅଗ୍ରଗତି କରାଇଛି । ସଶକ୍ତ ଭାରତ ନିର୍ମାଣରେ ଆଜିର ବଜେଟ୍ ସହାୟକ ହେବ । ଏହି ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ସାମଲ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରମାରଞ୍ଜନ ବଳିୟାରସିଂହ, ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।    

0 Comments

Leave A Reply