ଗତକାଲି ସରିଯାଇଛି ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା।ଆସନ୍ତୁ ଜାଣିବା ଭଗବାନ ରାମଙ୍କ ପାଇଁ ଯେଉଁ ପୋଷାକ ଡିଜାଇନ କରାଯାଇଥିଲା ତାହା କେଉଁମାନେ ଡିଜାଇନ କରିଥିଲେ।ସୁଚନାନୁସାରେ ଭଗବାନ ରାମଙ୍କ ପାଇଁ ପୋଷାକ ଡିଜାଇନ କରିଥିବା ବ୍ୟକ୍ତିଙ୍କ ନାମ ମନୀଷ ତ୍ରୀପାଠୀ।ମନୀଷଙ୍କ କହିବା ଅନୁସାରେ ମନୀଷ ତ୍ରିପାଠୀ ଭଗବାନଙ୍କ ପାଇଁ ଯେଉଁ ପୋଷାକ ଡିଜାଇନ କରିଥିଲେ ତାହା 12 ରୁ 15 ଜଣ ଲୋକଙ୍କୁ ନେଇ କରିଥିଲେ।ଏହି ପୋଷାକ ଡିଜାଇନ କରିବା ପାଇଁ ଦିଲ୍ଲୀରୁ ଅଯୋଧ୍ୟା ଆସିଥିଲେ।ରାମଲାଲାଙ୍କ ପାଇଁ ତିଆରି କରାଯାଇଥିବା ବସ୍ତ୍ରର ନାମ ଶୁଭ ବସ୍ତ୍ର।ଏହି ବସ୍ତ୍ରର ରଙ୍ଗ ହଳଦିଆ।ଏହି ବସ୍ତ୍ର ବାରଣାସୀରେ ତିଆରି କରାଯାଇଥିଲା।ଏଥିରେ ଯେଉଁ କଳାକୃତି କରାଯାଇଛି ଯଥା ପଦ୍ମ,ଚକ୍ର ,ଆଉ ମୟୁର ତାହା ସ୍ୱର୍ଣ୍ଣ,ଚାନ୍ଦିରେ ତିଆରି କରାଯାଇଛି।ମନୀଷ ତ୍ରିପାଠୀଙ୍କ କହିବା ଅନୁସାରେ ସାମାନ୍ୟ ବ୍ୟକ୍ତି ପାଇଁ ଡିଜାଇନ୍ କରିବା ଆଉ ଭଗବାନଙ୍କ ପ୍ରତିମା ପାଇଁ ଡିଜାଇନ କରିବା ଏତେ ସହଜ ନ ଥିଲ।ଦିନରାତି ପରିଶ୍ରମ କରି ଏହି ବସ୍ତ୍ର ତିଆରି କରାଯାଇଛି।ଭଗବାନ ରାମଲାଲାଙ୍କ ପାଇଁ ବସ୍ତ୍ର ତିଆରି କରି ମନୀଷ ତ୍ରିପାଠୀ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି।