ଆସନ୍ତା କାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା।ପ୍ରବଳ ଭିଡ ସତ୍ୱେ ଲୋକମାନେ ରାମଲାଲାଙ୍କ ଦର୍ଶନ କରିଥିଲେ ।ସୁଚନାନୁସାରେ ଆଜି ମଧ୍ୟ ଅଯୋଧ୍ୟାରେ ଦେଖିବାକୁ ମିଳିଛି ପ୍ରବଳ ଭିଡ। ରାମଜନ୍ମଭୁମି ଅଯୋଧ୍ୟା ଜୟ ଶ୍ରୀରାମ ଧ୍ୱନିରେ କମ୍ପି ଉଠୁଛି।ଅଯୋଧ୍ୟାରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ଆଜି ଦେଖିବାକୁ ମିଳିଛି ଅଯୋଧ୍ୟାରେ 2 ଲକ୍ଷରୁ ଅଧିକ ଭକ୍ତଙ୍କ ଭିଡ।ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବେ ମଧ୍ୟ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି।ଭିଡକୁ ନଜରରେ ରଖି ମନ୍ଦିର ପରିସରରେ ସ୍ଥାନୀୟ ପ୍ରଶାସନ ରହିଛନ୍ତି।ଭକ୍ତମାନେ କିପରି ସୁଚାରୁରୁପେ ଭଗବାନଙ୍କ ଦର୍ଶନ କରିବେ ସେଥିପାଇଁ 8000ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।ଉତ୍ତରପ୍ରଦେଶର ପ୍ରମୁଖ ସଚିବ ସଂଜୟ ପ୍ରସାଦ ଓ ସ୍ପେଶାଲ ଡିଜି ପ୍ରଶାନ୍ତ କୁମାର ରାମ ମନ୍ଦିର ପରିସରରେ ରହି ଯେପରି କୌଣସି ବିଶୃଙ୍ଖଳା ନ ଉପୁଜେ ସେଥିପାଇଁ ନଜର ରଖିଛନ୍ତି।ଜୟ ଶ୍ରୀ ରାମ ଧ୍ୱନିରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା।