ଯାଜପୁରରୁ ଉଦ୍ଧାର ହୋଇଛି ଏକ ବିରଳ ଶାଗୁଣା।ସୁଚନାନୁସାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶ୍ରୀଧରପୁର ଛକ ନିକଟରେ ଥିବା ଏକ ମନ୍ଦିରରେ ପୂଜାର୍ଚ୍ଚନା ଚାଲୁଥିବା ବେଳେ ସେଠାରେ ଥିବା ଏକ ଗଛ ଉପରେ ଶାଗୁଣା ବସିଥିବାର ଦେଖିଥିଲେ ଗାଁ ଲୋକେ ।ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଶାଗୁଣାକୁ ଉଦ୍ଧାର କରିଥିଲା।ଶାଗୁଣାଟି ଅସୁସ୍ଥ ଥିବାରୁ ଭେଟନାରୀକୁ ନିଆଯାଇଥିଲା। ପରେ ଶାଗୁଣାକୁ ନନ୍ଦନକାନନକୁ ପଠାଇଯାଇଥିଲା।