Bisforana:ବେଲୁଚିସ୍ଥାନର-ତୁରବତରେ-ବିସ୍ଫୋରଣ-ଚାରି-ମୃତ

ବେଲୁଚିସ୍ଥାନର ତୁରବତରେ ବିସ୍ଫୋରଣ ,ଚାରି ମୃତ

bhubaneswar

ଇସଲାମାବାଦ 5 ଜାନୁଆରୀ -ପାକିସ୍ଥାନର ବେଲୁଚିସ୍ଥାନର ତୁରବତ ସହରରେ ଶନିବାର ହୋଇଥିବା ବିସ୍ଫୋରଣରେ ଅତି କମରେ ଚାରିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ 32ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆହତମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ତାଙ୍କ ପରିବାରର ଛଅ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି।ନିଷିଦ୍ଧ ବେଲୁଚିସ୍ଥାନ ଲେବରେସନ ଆର୍ମୀ(ବିଏଲଏ)ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।ପୋଲିସ ଏହି ସୁଚନା ଦେଇଛି।

ଜିଓ ନ୍ୟୁଜ ଚ୍ୟାନେଲ ଖବର ଅନୁଯାୟୀ କଏଦ ହୋଇଥିବା ଏକ ସିସିଟିଭି ଫୁଟେଜରେ ରାସ୍ତାରେ ଅନେକ ଗାଡି ଯାଉଥିବା ଏବଂ ହଠାତ ହୋଇଥିବା ବିସ୍ଫୋରଣ ପରେ ଏକ ଚଳନ୍ତା ଯାତ୍ରୀ ବାହୀ ବସରେ ନିଆଁ ଲାଗିଯାଇଥିଲା।ପୋଲିସ କହିଛି ଯେ ବରିଷ୍ଠ ପୋଲିସ ଅଧୀକ୍ଷକ(କ୍ରାଇମବ୍ରାଞ୍ଚ)ଜୋହେବ ମୋହସିନ ଏବଂ ତାଙ୍କ ପରିବାରର ଛଅ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି।ଯେତେବେଳେ ବିସ୍ଫୋରଣ ଘଟିଥିଲା ସେତେବେଳେ ମୋହସିନ ଏବଂ ତାଙ୍କ ପରିବାର ଏହି ଅଞ୍ଚଳ ଦେଇ ଯାଉଥିଲେ।ସୁରକ୍ଷା ବାହିନୀ ଅନୁଯାୟୀ ନିଷିଦ୍ଧ ଆତଙ୍କୀ ସଂଗଠନ ବେଲୁଚିସ୍ଥାନ ଲେବରେସନ ଆର୍ମୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି।ମୃତକଙ୍କ ନାମ ନୁର ଖାନ ,ଅବ୍ଦୁଲ ୱହାବ,ଇଜାଜ ଏବଂ ଲିୟାକତ ଅଲୀ ବୋଲି ଜଣାପଡିଛି।ସମସ୍ତ ଚାରିଜଣ ନାଗରିକ ବେଲୁଚିସ୍ଥାନର ବିଭିନ୍ନ ଅଞ୍ଚଳର ବାସିନ୍ଦା ଥିଲେ।ସୁରକ୍ଷା ସୁତ୍ରରୁ ପ୍ରକାଶ ଯେ ବିଏଲଏ ଗୋଟିଏ ବର୍ଷରେ 100ରୁ ଅଧିକ ନିରୀହ ବଲୁଚ ନାଗରିକମାନଙ୍କୁ ହତ୍ୟା କରିଛି।

0 Comments

Leave A Reply