ଚଣ୍ଡୀଗଢ 7 ଡିସେମ୍ବର -ବିଏସଏଫ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳରେ ଅନ୍ତର୍ଗତ ଅମୃତସର ଏବଂ ତରନତାରନରେ ସର୍ଚ୍ଚ ଅପରେସନ କରି ବିପୁଳ ମାତ୍ରାରେ ହିରୋଇନ ଏବଂ ପାକିସ୍ଥାନୀ ଡ୍ରୋନ ଉଦ୍ଧାର କରିଛି।ସୀମାବର୍ତ୍ତୀ ଅଞ୍ଚଳରେ ଗତ କିଛି ଦିନ ହେବ ଘନ କୁହୁଡି ଦେଖାଦେଇଛି।ଯେଉଁଥିପାଇଁ ଏଠାରେ ଅନୁପ୍ରବେଶ ଘଟଣାରେ ହଠାତ ବୃଦ୍ଧି ଘଟିଛି।କୁହୁଡିକୁ ଦୃଷ୍ଟିରେ ରଖି ପଞ୍ଜାବ ପୋଲିସ ଏବଂ ବିଏସଏଫ ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି କରିଛନ୍ତି।ବିଏସଏଫ ମୁଖପାତ୍ରଙ୍କ ଅନୁଯାୟୀ ଗୁରୁବାର ରାତିରେ କରାଯାଇଥିବା ସର୍ଚ୍ଚ ଅପରେସନ ସମୟରେ ଅମୃତସର ଜିଲ୍ଲା ଅନ୍ତର୍ଗତ ପାକିସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରୁ 520 ଗ୍ରାମ ହିରୋଇନ ଉଦ୍ଧାର କରାଯାଇଛି।ସେହିଭଳି ତରନତାରନ ଜିଲ୍ଲାରେ ଚାଲିଥିବା ଅପରେସନ ସମୟରେ 530 ଗ୍ରାମ ହେରୋଇନ ତଥା ଏକ ଜୀଜେଆଇ ଏଆଇଆର ଥ୍ରୀ ଏସ ଡ୍ରୋନ ଉଦ୍ଧାର କରାଯାଇଛି।ପାକିସ୍ଥାନ ପକ୍ଷରୁ ହେରୋଇନ ଡ୍ରୋନ ସାହାଯ୍ୟରେ ଭାରତୀୟ ସୀମାରେ ପକାଯାଇଥିଲା।