ଚାଷୀଙ୍କ ପାଇଁ ଦୁଇ ଦିନର କାଳବୈଶାଖୀ ବର୍ଷା ହେଲା କାଳ।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଅଦିନିଆ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇଛି।ଦୁଇଦିନ ଧରି ଚାଷ ଜମିରେ ପାଣି ବୁଡି ରହିଥିବାରୁ ଚିନାବାଦାମ ଏବେ ଗଜା ହେବାକୁ ବସିଲାଣି। ଆହୁରି ଗୋଟିଏ ଦିନ ଜମିରୁ ପାଣି ନଛାଡିଲେ ଚିନାବାଦାମ ସଢି ଯିବା ଆଶଙ୍କା ମଧ୍ୟ ରହିଛି ।ସେହିଭଳି ଯାଜପୁର ଜିଲ୍ଲାରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ ହୋଇଛି।ଚାଷୀ ମାନଙ୍କର କ୍ଷୟକ୍ଷତିର ଆକଳନ କରି ପ୍ରଶାସନ କ୍ଷତିପୁରଣ ଦେବାକୁ ଚାଷୀମାନେ ନିବେଦନ କରିଛନ୍ତି।