ଉଦ୍ଧାର ହେଲା 7 ଦିନର ଶିଶୁପୁତ୍ର।ସୁଚନାନୁସାରେ 7 ଦିନ ତଳେ ବାଲେଶ୍ୱର ମେଡିକାଲରୁ ୭ ଦିନର ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।ଯାହାକୁ ନେଇ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏହି ଘଟଣାରେ ଶିଶୁପୁତ୍ରକୁ ଚୋରି କରିଥିବା ମହିଳାଙ୍କୁ ଅଟକ ରଖିଛି ପୋଲିସ ।ଚୋରି ହୋଇଥିବା ଶିଶୁପୁତ୍ର ର ବାପା ମାଙ୍କ ଘର ବାଲିଆପାଳ ଆଠବାଟିଆ ଅଞ୍ଚଳର।7 ଦିନ ତଳେ ମହିଳା ଜଣକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଚିକିତ୍ସା ଚାଲିଥିବା ସମୟରେ ତାଙ୍କ ପିଲାକୁ କେହି ଚୋରି କରିନେଇଥିବା ଦମ୍ପତି ଅଭିଯାଗ କରିଥିଲେ।ପରେ ପୋଲିସ ଓ ମେଡିକାଲ କତ୍ତୃପକ୍ଷଙ୍କୁ ଜଣାଇବା ପରେ ବହୁ ଖୋଜାଖୋଜି ପରେ ଦୁର୍ଗାଦେବୀ ନିକଟରୁ ଜଣେ ମହିଳାଙ୍କ ଠାରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ ।