ଆସାମରେ ଭୁକମ୍ପ। ଭୂକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ । ସୁଚନାନୁଯାୟୀ ବୁଧବାର ସକାଳେ ଆସାମର ଦାରଙ୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସକାଳ ପ୍ରାୟ ୭ଟା ୫୪ରେ ଭୁକମ୍ପର ଝଟକା ଅନୁଭୂତ ହୋଇଥିଲା ।ଯାହାକୁ ନେଇ ଭୟଭୀତ ଲୋକେ।ଭୟରେ ଲୋକେ ଘରୁ ବାହାରି ବାହାରକୁ ପଳାଇ ଆସିଥିଲେ।ଭୁକମ୍ପରେ କୌଣସି ଧନଜୀବନ କ୍ଷତି ହୋଇଥିବା ସୁଚନା ମିଳିପାରିନାହିଁ।ବାରମ୍ବାର ଭୁମିକମ୍ପ ହେଉଥିବା ନେଇ ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ରହିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।