ବିରାଜ ହେଲେ ରାମଲାଲା।ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଦୀର୍ଘ ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି ପଡିଛି । ଅଧଘଣ୍ଟାର ମାହେନ୍ଦ୍ର ବେଳା, ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ ରେ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୟୁପି ରାଜ୍ୟପାଳ ଆନନ୍ଦିବେନ ପାଟିଲ ଏବଂ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ ।ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ଜୟ ଶ୍ରୀରାମ ନାରା ଶୁଣିବାକୁ ମିଳିଛି।ଘରେ ଘରେ ଲୋକେ କଳସ ବସାଇ ସନ୍ଧ୍ୟାରେ 5 ଟି ଶ୍ରୀରାମଙ୍କ ନାମରେ ଦୀପ ଦାନ କରିଛନ୍ତି।ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଚଳଚଞ୍ଚଳ।ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାରେ ଦେଶ ବାସୀଙ୍କ ମନରେ ଏକ ଧାର୍ମିୟ ମନୋଭାବ ସୃଷ୍ଟି ହୋଇଛି।