Bisforana:ଅମ୍ବାଲା-ଜିଲ୍ଲାରେ-ଇଣ୍ଟରନେଟ-ସେବା-ବନ୍ଦବିଦ୍ୟାଳୟରେ-ଛୁଟି

ଅମ୍ବାଲା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ,ବିଦ୍ୟାଳୟରେ ଛୁଟି

bhubaneswar

 

ଚଣ୍ଡୀଗଢ 7 ଡିସେମ୍ବର -କୃଷକମାନଙ୍କ ଦ୍ୱାରା ଦିଲ୍ଲୀ ଯାତ୍ରା ଘୋଷଣା କରିବା ପରେ ରାଜ୍ୟ ସରକାର ଅମ୍ବାଲା ଜିଲ୍ଲାରେ ନଅ ଡିସେମ୍ବର ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି।ଅମ୍ବାଲା ଜିଲ୍ଲାର ସୀମାବର୍ତ୍ତୀ ଗ୍ରାମରେ ଅବସ୍ଥିତ ସ୍କୁଲରେ ମଧ୍ୟ ଆଜି ଛୁଟି କରାଯାଇଛି।ପୋଲିସ ପ୍ରଶାସନ ଶମ୍ଭୁ ବର୍ଡର ନିକଟ ଅମ୍ବାଲା ଗ୍ରାମର ଲୋକଙ୍କୁ  ନିବେଦନ କରିଛନ୍ତି ଯେ ସେମାନେ ଜରୁରୀକାଳୀନ ପରିସ୍ଥିତିରେ କେବଳ ଘରୁ ବାହାରକୁ ଆସିବେ। ହରିୟାଣାର ମୁଖ୍ୟ ସଚିବ କୃଷକମାନଙ୍କର ଦିଲ୍ଲୀ ଅଭିମୁଖେ ଯାତ୍ରାକୁ ଦୃଷ୍ଟିରେ ରଖି ଅମ୍ବାଲା ଅଧୀନରେ ଥିବା ଗ୍ରାମଗୁଡିକ ଡଙ୍ଗଦେହରୀ,ଲୋହଗଢ,ମାନକପୁର,ଡଡିୟାନା,ବାରୀଘେଲ,ଲହର୍ସ,କାଲୁ ମାଜରା,ଦେବୀ ନଗର,ସଦ୍ଦୋପୁର,ସୁଲ୍ତାନପୁର ଏବଂ କାକରୁ  ଅଞ୍ଚଳରେ ନଅ ଡିସେମ୍ବର ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।ଏହାରି ମଧ୍ୟରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପୁର୍ବରୁ ପୋଲିସ ଅମ୍ବାଲା ଜିଲ୍ଲାର ଗ୍ରାମଗୁଡିକରେ ଆଜି ସକାଳେ ପାଦରେ ଏକ ରୁଟ ମ୍ୟାଚ ମଧ୍ୟ କରିଥିଲା।

0 Comments

Leave A Reply