Bisforana:Chief-Ministers-press-conference

ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

bhubaneswar

 ଜୁନ ୯, ୨୦୨୪  ଭାରତ ପାଇଁ ଏକ ଗୌରବମୟ ଦିନ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସରକାର ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ କରିଛନ୍ତି । ୨୬ ମେ ୨୦୧୪ ସ୍ୱର୍ଣ୍ଣକ୍ଷାର ରେ ଲିପିବଦ୍ଧ ହୋଇ ରହିବ । ଦେଶରେ ଏକ ସ୍ଥିର ଶାସନ ସହିତ ଦେଶ ପାଇଁ ତଥା ବ୍ୟକ୍ତିଗତ ଭାବେ ବହୁତ ଲୋକ ଙ୍କୁ ଫାଇଦା ମିଳିଥିଲା । ମୋଦି ଙ୍କ ସବୁଠାରୁ ବଡ଼ ଉପଲବ୍ଧି ଧାରା ୩୭୦, ତିନି ତଲାକ ବିଲ, ନାରୀ ଶକ୍ତି ବନ୍ଦନ ବିଲ, କୋଭିଡ ର ସଠିକ ମୁକାବିଲା, ଭଳି ଅନେକ ଉପଲବ୍ଧି ରହିଛି । ବିଶ୍ୱ ବ୍ୟାଙ୍କ ର ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ର ତାଡନା ରୁ ମୁକ୍ତ ହୋଇଛନ୍ତି ମୋଦି ସରକାରଙ୍କ ସମୟରେ । କେନ୍ଦ୍ର ରେ ପ୍ରତିଷ୍ଠିତ ମୋଦି ସରକାର ଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି ଆଉ ଏହା ଭିତରେ ଲୋକଙ୍କ ଜୀବନ ଶୀଳ ପରିବର୍ତ୍ତନ ହୋଇଛି । ପକା ଘର ଯୋଗାଇ ଦେବା, ଆୟୁସମାନ ଯୋଜନା , ନୂଆ ଶିକ୍ଷା ନିତୀ ୨୦୨୦ କୁ ଲାଗୁ କରିବା, ଜନ ଧନ ଯୋଜନା ଲାଗୁ କରିବା, ବେଟି ବିଚାଓ ବେଟି ପଢ଼ାଅ ଭଳି ଅନେକ ଯୋଜନା ଆଜି ଭାରତ ବର୍ଷର3 ବୈପ୍ଲ ବିକ ପରିବର୍ତ୍ତନ ଆସିଛି । ଅପରେସନ ସିନ୍ଦୁର ଜରିଆରେ ଆତଙ୍କ ବାଦ ବିରୁଦ୍ଧରେ ଯେଉଁ କଡା ପଦକ୍ଷେପ ଭାରତ ସରକାର ନେଇଛନ୍ତି ତାହା ଆମକୁ ସାରା ବିଶ୍ୱରେ ଆଗରେ ରଖିଛି । ମୋଦି ହେ ତୋ ମୁମକିନ କୁହାଯାଇଛି । ଆଜି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । 

ଆଉ ଦୁଇ ଦିନ ପରେ ଆମ ସରକାର ଙ୍କୁ ବର୍ଷେ ପୂରଣ ହେବାକୁ ଯାଉଛି । ଆମ ସରକାର କୁ ଚଳଞ୍ଚଚଳ କରି ରଖିବା ରେ ଗଣମାଧ୍ୟମ ର ଭୂମିକା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ସାଧାରଣ ଜନତା ଏଇ ସରକାରକୁ ଲୋକଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଅବିହିତ କରିଛନ୍ତି । ଏହି ବର୍ଷେ ମଧ୍ୟରେ ଆମକୁ ଅନେକ ସହଯୋଗ ମିଳିଛି ସେଥିପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଦେଉଛି । ଆମ ସଂକଳ୍ପ ପତ୍ର ରେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାକୁ ଆମେ ଏହି ବର୍ଷ କ ମଧ୍ୟରେ ସୁନିଶ୍ଚିତ କରିଛୁ । ପ୍ରଥମ ୭ ମାସ ମଧ୍ୟରେ ଓଡ଼ିଶା କୁ ଏକ ସମ୍ଭାବନା ର ରାଜ୍ୟ ଭାବେ ଘୋଷଣା କରିଛନ୍ତି । ସଂସଦ ରେ ମଧ୍ୟ ମୋଦି ଜି କହିଛନ୍ତି ବିକଶିତ ଭାରତ ର ଗ୍ରୋଥ ଇଞ୍ଜିନ ଓଡ଼ିଶ ହେବ ବୋଲି କହିଛନ୍ତି । ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ଆମକୁ ମାର୍ଗ ଦର୍ଶନ କରାଇବେ।  ଜୁନ ୧୨ ୨୦୨୪ ରେ ଆମେ ପ୍ରଥମ କ୍ୟାବିନେଟ ରେ ଆମ ସରକାର ୪ ଟି ବଡ଼ ନିଷ୍ପତ୍ତି ନେଇଥିଲୁ। କ୍ୟାବିନେଟ ପରେ ଯାଇ ପୁରୀ ରେ ରାତିରେ ରହିବା ସହ ଭୋର ୪ ଟା ରୁ  ଶ୍ରୀମନ୍ଦିର ଚାରି ମନ୍ଦିର ଚାରି ଦ୍ୱାର ଖୋଲିବା ରାଜ୍ୟ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା । ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ଆମେ ସୃଷ୍ଟି କରି ପାରିଛୁ । ସୁଭଦ୍ରା ଯୋଜନା ରେ ବାର୍ଷିକ ୧୦ ହଜାର ଟଙ୍କା ସେମାନଙ୍କୁ ଅଧିକ ସହଯୋଗ କରିଛି । ଆମ ସରକାର ଙ୍କ ଏହା ସବୁଠାରୁ ବଡ଼ ଉପଲବ୍ଧି । ସେହିପରି କୃଷି କ୍ଷେତ୍ରରେ ଆମେ ଅନେକ ପଦକ୍ଷେପ ନେଇଛୁ । ପ୍ରାକୃତିକ ବିପର୍ଯ୍ୟୟ କୁ ମୁକାବିଲା କରି କୃଷି କ୍ଷେତ୍ରରେ ଅଗ୍ରଗତି କରିବା ରେ ପୂର୍ବ ସରକାର ବିଫଳ ହୋଇଥିଲେ । ଆମେ ସମୃଦ୍ଧ କୃଷି କୁ ଗୁରୁତ୍ୱ ଦେଇ ୩୪ ହଜାର ୮୦୦ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ କରିଛୁ।  ସେହିପରି ୮୦୦ ଟଙ୍କା ଇନପୁଟ ସବସିଡ ଦେଇକୃଷକମାନଙ୍କ ପରିବାର ଆୟ ବଢ଼ାଇଛୁ । ଆମ ସରକାର ଆସିବା ପରେ ଆମେ ରିଲିଫ କୋର୍ଡ ରେ ପରିବର୍ତ୍ତନ କରିଛୁ । ବର୍ଷା ପରେ ୨୮୦ କୋଟି ଟଙ୍କାର ସହାୟତା ଦେଇଛୁ । ହିସାବ କହୁଛି ଚଳିତ ବର୍ଷ ଆମ ରାଜ୍ୟର ଚାଷୀ ୩୦ ହଜାର କୋଟି ଟଙ୍କା ଆର୍ଥିକ ଲାଭ ପାଇଛି । ପୂର୍ବ ସରକାର ରେ ଶିକ୍ଷା ବ୍ୟବସ୍ଥା କୁ ଅବହେଳିତ କରି ରଖା ଯାଇ ଥିଲା । 5-T ନାଁ ରେ ଭଙ୍ଗା କାନ୍ଥ ରେ ରଙ୍ଗ ବୋଳା ହେଉଥିଲା । ଫିଡ଼ର ସ୍କୁଲ ନଥିଲା । ପ୍ରାଥମିକ ଶିକ୍ଷା କୁ ସବୁଠାରୁ ଅଧିକ ଗୁରୁତ୍ଵ ଦେଇଛି। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତି ପଞ୍ଚାୟତ ରେ ଖୋଲିବାକୁ ଯାଉଛୁ।  ଏହା ସହ ଜାତୀୟ ଶିକ୍ଷା ନୀତି ଲାଗୁ କରିଛୁ । ଆଦର୍ଶ ବିଦ୍ୟାଳୟ ରେ ପଛୁଆ ବର୍ଗ ଠୁ ଆଦିବାସୀ ଦଳିତ ବର୍ଗ ର ମେଧାବୀ ପିଲା ଙ୍କୁ ପାଠ ପଢ଼ାଯିବ । ୧୬ ପ୍ରତିଶତ ବଜେଟ ଶିକ୍ଷା କ୍ଷେତ୍ରକୁ ଆମେ ଦେଇଛୁ ଯାହା କି କେବେ ଦିଆ ଯାଇ ନଥିଲା । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୁଣି ଥରେ ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ ମୁହାଁ ପିଲା ହେବେ ଏହା ମୋର ଦୃଢ଼ ପ୍ରତିଶ୍ରୁତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁସମାନ ଯୋଜନା ଲାଗୁ କରିଛୁ।   ୬୫ ହଜାର କୋଟି  ର ବ୍ୟୟ ବରାଦ କରିଛୁ । ଲୋକଙ୍କୁ ସୁ ଶାସନ ଦେବା ସରକାର ଙ୍କ ଦାୟିତ୍ବ।  

ଆଜି ଆଇଏସ୍ ଠୁ ନେଇ କିରାଣୀ ପର୍ଯ୍ୟନ୍ତ ଦୁର୍ନୀତି ଗ୍ରସ୍ତ ଅଧିକାରୀ ସୁରକ୍ଷିତ ନୁହଁନ୍ତି । ଯିଏ ଦୁର୍ନୀତି କରିବ ସେ ଜେଲ ଯିବ । 

ସାଧାରଣ ଲୋକ ଓ ସରକାର ମଧ୍ୟରେ ଥିବା କୃତିମ ପ୍ରାଚୀର କୁ ଆମେ ଧ୍ୱଂସ କରି ଦେଇଛୁ । ମୁଁ ୩୦ ଟି ଜିଲ୍ଲା ଯାଇ ଲୋକଙ୍କ ଦୁଃଖ ଶୁଣିଛି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଆଉ ରାଜଧାନୀ ରେ ସୀମିତ ନୁହେଁ   । 

ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟ କାଫି । କେବଳ ଇଛା ଶକ୍ତିର ଆବଶ୍ୟକତା ରହିଛି । ତାହା ଆଜି ଆମେ କରି କି ଦେଖାଇଛୁ । ଯୁବ, ମହିଳା, ଗରିବ ଅର୍ଣ୍ଣଦାତା ପାଇଁ ଆମେ ନିରନ୍ତର କାମ କରୁଚୁ । 

ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପୂର୍ବ ସରକାର ଅନେକ ନାରା ଦେଇଥିଲେ କାମ ଆରମ୍ଭ କରି ଶେଷ କରା ଯାଉ ନଥିଲା।  ଅନେକ ଦକ୍ଷିଣ ଭାରତୀୟ ଠିକାଦାର ଙ୍କୁ ଆଣି କାମ ଦେଇ ଅଧା ପନ୍ତରିଆ କରି ଛାଡି ଦେଇଥିଲେ । ୨୦୨୬ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପାଣି ଦେବୁ । 

ପୂର୍ବ ସରକାର ଦଳୀୟ ଭିତି ରେ ପକ୍କା ଘର ବାଣ୍ଟୁ ଥିଲେ।  ଆମ ସରକାର ପୁଣି ଥରେ ନୂଆ ସର୍ଭେ ଆରମ୍ଭ କରିଛନ୍ତି । ସେହିପରି ଅନ୍ତ ଦ୍ୱୟ ଗୃହ ଯୋଜନା ଆରମ୍ଭ କରାଯାଇଛି ।

ଯୁବକ ମାନଙ୍କ ପାଇଁ ଆମେ ଚାକିରୀ ଯୋଗାଇ ଦେଇଛୁ । ଖାଲି ଥିବା ୧ ଲକ୍ଷ ୫୦ ହଜାର ସରକାରୀ ପଦବୀ ମଧ୍ୟରୁ ୨୮ ହଜାର ଚାକିରୀ ସ୍ୱଚ୍ଛ ପ୍ରକ୍ରିୟା ରେ ଯୋଗାଇ ଦେଇଛୁ । ଏହି ଆର୍ଥିକ ବର୍ଷ ରେ ଆହୁରି ୪୦ ହଜାର ନିଯୁକ୍ତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ।।

ଉତ୍କର୍ଷ ଓଡ଼ିଶା ଜରିଆରେ ଆମେ ଓଡ଼ିଶା କୁ ଶିଳ୍ପ ଆଣିଛୁ । ପ୍ରଧାନମନ୍ତ୍ରୀ ଙ୍କ ଗ୍ୟାରେଣ୍ଟି ଜରିଆରେ ରାଜ୍ୟ କୁ ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିବା ସହ ୧୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୧୬ ଟି କ୍ଷେତ୍ରରେ ଆସିଛି ବିଭିନ୍ନ ପୁଞ୍ଜି ବିନିଯୋଗ ପ୍ରସ୍ତାବ।  କେବଳ ଚୁକ୍ତି ସ୍ବାକ୍ଷର କରି ନାହୁଁ ଦୁଇ ମାସ ମଧ୍ୟରେ ୪ ଟି ଗ୍ରାଉଣ୍ଡ ବ୍ରେକିଂ କରିଛୁ । ଖୋର୍ଦ୍ଧା, ଯାଜପୁର, ଗଞ୍ଜାମ ଓ ଢେଙ୍କାନାଳ ଭଳି ସ୍ଥାନରେ ପ୍ରାୟ ୧ ଲକ୍ଷ ୩୮ ହଜାର କୋଟି ର ଗ୍ରାଉଣ୍ଡ ବ୍ରେକିଂ ସହ ଦେଢ଼ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । 

ବିକଶିତ ଓଡିଶା ଓ ବିକଶିତ ଭାରତ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ୨୦୩୬ ପାଇଁ ୩୬ ଟି କାର୍ଯ୍ୟକ୍ରମ ହାତକୁ ନେଇଛୁ । ଅର୍ଥନୈତିକ ଦୃଷ୍ଟି କୋଣ ରୁ ଦେଶର ସର୍ବ ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶା ଗଣା ହେବ ତାହା ଆମ ସଂକଳ୍ପ । ଜାତୀୟ ସ୍ତରର ଜିଏସ୍ ଡ଼ିପି ଠୁ ଆମେ ବହୁତ ଆଗରେ ରହିଛୁ । ଯାହା କି ୬.୨ ପ୍ରତିଶତ ରହିଛି । 

ରେଳ ଯୋଗାଯୋଗ, ବିମାନ ଚାଳଚଳ ଭଳି ପ୍ରତି କ୍ଷେତ୍ରରେ କେନ୍ଦ୍ର ର ଭରପୁର ସହଯୋଗ ମିଳୁଛି । 

ଆଗାମୀ ଦିନରେ ସୁ ଶାସନ ଯୋଗାଇ ବାରେ ଓଡ଼ିଶ ରୋଲ ମଡେଲ ହେବ

୩ ଲକ୍ଷ ୨୦ ହଜାର ଲୋକ ଭିଜିନ ଡକ୍ୟୁମେଣ୍ଟ ପାଇଁ ପ୍ରସ୍ତାବ ଦେଇଛନ୍ତି ୨୦୩୬ ର ଓଡ଼ିଶ କେମିତି ହେବ ତାହାର ନକ୍ସା ରଖିଛନ୍ତି । 

0 Comments

Leave A Reply