Bisforana:200-ନିୟୁତ-ଟନ୍-ପଣ୍ୟ-ବୋଝେଇକୁ-ମାତ୍ର-295-ଦିନରେ-ଅତିକ୍ରମ-କଲା-ପୂର୍ବତଟ-ରେଳପଥ-

200 ନିୟୁତ ଟନ୍ ପଣ୍ୟ ବୋଝେଇକୁ ମାତ୍ର 295 ଦିନରେ ଅତିକ୍ରମ କଲା ପୂର୍ବତଟ ରେଳପଥ :

bhubaneswar

√■    ପୂର୍ବ ରେକର୍ଡକୁ ଅତିକ୍ରମ କରି ସର୍ବୋଚ୍ଚ ପଣ୍ୟ ପରିବହନ କରିଛି ପୂର୍ବତଟ ରେଳପଥ  |

√■    2019-20 ଆର୍ଥିକ ବର୍ଷରେ ଏହି ଧାରାକୁ ସ୍ପର୍ଶ କରିବାପାଇଁ 366 ଦିନ ଥିବାବେଳେ 2020-21 ରେ 360 ଦିନ; 2021-22 ରେ 320 ଦିନ ଏବଂ 2022-23 ଆର୍ଥିକ ବର୍ଷରେ 310 ଦିନ ସମୟ ନେଇଥିଲା |

√■    ଏହି ଅବଧି ମଧ୍ୟରେ 121.747ନିୟୁତ ଟନ କୋଇଲା ବୋଝେଇ କରାଯାଇଅଛି | 

√■    22 ଜାନୁୟାରୀ 2024 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ମୋଟ 202.11 ନିୟୁତ ଟନ୍ ପଣ୍ୟ ବୋଝେଇ କରିଛି |

√■    ଗତ ଆର୍ଥିକ ତୁଳନାରେ 5.6% ବୃଦ୍ଧି ପଞ୍ଜିକୃତ ହୋଇଛି |

√■    ଏହି ପଣ୍ୟ ପରିବହନ ବାବଦରେ ପ୍ରାୟ 20551.9 କୋଟି ଟଙ୍କା ଆୟ କରାଯାଇପାରିଛି ଯାହାକି ଗତ ବର୍ଷ ତୁଳନାରେ 4.26% ବୃଦ୍ଧି ପଞ୍ଜିକରଣ କରିଛି |

ପୂର୍ବତଟ ରେଳପଥ 2023-24 ଆର୍ଥିକ ବର୍ଷରେ ମାଲ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି | 1 ଏପ୍ରିଲ, 2023 ରୁ 22 ଜାନୁୟାରୀ, 2024 ପର୍ଯ୍ୟନ୍ତ ଏହି ରେଳପଥ 202.111 ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହାକି ଗତ ଆର୍ଥିକ ବର୍ଷରେ ଅର୍ଥାତ୍ 2022-23 ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ 191.39 ନିୟୁତ ଟନ୍ ସର୍ବାଧିକ ମାଲ ଲୋଡିଂର ପୂର୍ବ ରେକର୍ଡକୁ ଭଙ୍ଗ କରିଛି | ଏହା ଦ୍ୱାରା ପୂର୍ବତଟ ରେଳପଥ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ 200 ନିୟୁତ ଟନ୍ ପଣ୍ୟ ବୋଝେଇର ମାଇଲଖୁଣ୍ଟ  ଅତିକ୍ରମ କରିବାରେ ପ୍ରଥମ ରେଳ ଜୋନ ଭାବେ ଧାରା ବଜାୟ ରଖିଛି | ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଦ୍ୱାରା ହାସଲ ହୋଇଥିବା ଚମତ୍କାର ପ୍ରଦର୍ଶନରେ ବହୁ ଅବଦାନ ଦେଇଛି |

2023-24 ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ 121.747 ନିୟୁତ ଟନ କୋଇଲା, 10.65ନିୟୁତ ଟନ ର କଞ୍ଚାମାଲ ଇସ୍ପାତ କାରଖାନାକୁ, 16.398 ନିୟୁତ ଟନ ପିଗ ଆଇରନ୍ ଏବଂ ଉତ୍ପାଦ ଇସ୍ପାତ, 24.018 ନିୟୁତ ଟନ ଲୁହାପଥର, 1.192 ନିୟୁତ ଟନ ସିମେଣ୍ଟ, 2.415 ନିୟୁତ ଟନର ଖାଦ୍ୟ ଶସ୍ୟ, 5.235 ନିୟୁତ ଟନ ସାର, 2.425 ନିୟୁତ ଟନ ଖଣିଜ ତେଲ, କଣ୍ଟେନରରେ 3.774 ନିୟୁତ ଟନ ମାଲ ପରିବହନ ଏବଂ 14.358 ନିୟୁତ ଟନର ଅନ୍ୟାନ୍ୟ ସାମଗ୍ରୀ ବୋଝେଇ କରିଛି |  

ବିଭିନ୍ନ ବାଧାବିଘ୍ନ ସତ୍ୱେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏହାର ମାନବ ଶକ୍ତି ବ୍ୟବହାର ସହିତ ସରକାରୀ ଓ ଶିଳ୍ପ ସଂସ୍ଥା ସହିତ ଅନ୍ୟାନ ଭାଗିଦାରୀ ମାନଙ୍କ ସହିତ ସଠିକ୍ ଯୋଜନା ଏବଂ ସମନ୍ୱୟ ଗଢି ଏହି ଉଲ୍ଲେଖନୀୟ ପଣ୍ୟ ବୋଝେଇ ହାସଲ କରାଯାଇଛି |

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ୱରେ ଏହି ରେଳ ଜୋନ୍ ପଣ୍ୟ ପରିବହନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଛି | ମହାପ୍ରବନ୍ଧକ ପ୍ରଥମ ଦିନରୁ ଏହାର କର୍ମଚାରୀଙ୍କୁ ଉତ୍ସାହିତ କରିବା ସହିତ ଏବଂ ପ୍ରୋତ୍ସାହନ ଦେଇଆସୁଛନ୍ତି | ସକାରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହିତ ସଠିକ୍ ଚିନ୍ତାବ୍ୟକ୍ତ ପୂର୍ବତଟ ରେଳପଥକୁ କଠିନ ମାଇଲ୍ଖୁଣ୍ଟ ଅତିକ୍ରମ କରିବାପାଇଁ ସହାୟକ ହୋଇପାରିଛି  |

0 Comments

Leave A Reply