କଟକ ଏସସିବି ବଡ ମେଡିକାଲରେ ବିଚାରାଧୀନ କଏଦୀର ମୃତ୍ୟୁ।ଅଭିଯୁକ୍ତ ଜଣକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା।ଅଭିଯୁକ୍ତର ନାମ ଅଜୟ ଦାସ,ବୟସ 25 ବର୍ଷ ।କେନ୍ଦୁଝର ଜେଲରେ କଏଦୀ ଭାବରେ ରହୁଥିଲେ। ସୁଚନାମୁତାବକ ଗୁରୁବାର ଦିନ ପାଇଖାନା ଘରେ ବେକରେ ରଶି ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ।ଏହା ପରେ ଗୁରୁତର ଅବସ୍ଥାରେ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ମେଡିକାଲରେ ଗୁରୁତର ଅବସ୍ଥାରେ ଶୁକ୍ରବାର ତାଙ୍କର ଜୀବନ ଚାଲିଯାଇଥିଲା।