ବଜ୍ରାପାତରେ ଜୀବନ୍ତ ଦଗ୍ଧ ହେଲେ ଯୁବକ।ଘଟଣାଟି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଟୁକୁରିହାଜିରା ଗାଁରେ। ଚିଙ୍ଗୁଡ଼ି ଘେରିରେ କାମ କରୁଥିବାବେଳେ ହଠାତ୍ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁଁ ପାଖରେ ଥିବା ଚାଳ ଘରକୁ ଆଶ୍ରୟ ନେବାପାଇଁ ଚାଲି ଯାଇଥିଲେ। କିନ୍ତୁ ଘଡଘଡିରେ ଚାଳ ଘର ଜଳିଯିବାରୁ ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ ଜୀଅନ୍ତା ଜଳିଯାଇଥିଲେ। ଏ ନେଇ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସକାଳୁ କୋହଲା ପାଗ ପରେ ହଠାତ ଘଡଘଡି ବର୍ଷା ହୋଇଥିଲା । 40 ରୁ 50 କିଲୋମିଟର ପବନ ମଧ୍ୟ ବହିଥିଲା। ଜଳେଶ୍ୱର, ଭୋଗରାଇ, ବାଲେଶ୍ୱର, ଓ ବାଲିଆପାଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ୧୯ ତାରିଖରେ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି । ୨୦ ତାରିଖରେ ଖୋର୍ଦ୍ଧା, ନୟାଗଡ଼, କଟକ,ଏବଂ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।